ରଜରେ ମାନ୍ଦା ପାନ ବେପାର

ଭୁବନେଶ୍ୱର: ଆଜି ହେଉଛି ପହିଲି ରଜ । ରଜ ପର୍ବରେ ପାନ ସମସ୍ତେଙ୍କ ପସନ୍ଦ ପାଲଟିଥାଏ । ପରମ୍ପରା ଅନୁଯାୟୀ ରଜରେ ପାନର ଚାହିଦା ରହିଛି । ଏପରିକି ରଜ ସମୟରେ ପାନ ବେପାରୀମାନେ ମିଠାପାଠ ତିଆରି କରି ଭଲ ଦି ପଇସା ମଧ୍ୟ ପାଇଥାନ୍ତି । ବିଭିନ୍ନ ଭେରାଇଟର ପାନ ମଧ୍ୟ ତିଆରି ଚର୍ଚ୍ଚାରେ ରହିଥାନ୍ତି କିଛି ବେପାରୀ । ତେବେ ଚଳିତ ବର୍ଷ କରୋନା କଟକଣା ଲାଗି ପାନ ବେପାର ମାନ୍ଦା ହୋଇଛି । ଲୋକେ ଘରେ ରହି ରଜକୁ ପାଳନ କରୁଛନ୍ତି ।

ପ୍ରଶାସନର କଟକଣାକୁ ମାନି ପାଳନ କରୁଥିବାରୁ ବାହାରେ ପାନ ଦୋକାନ ଲାଗିନାହିଁ । ସେପଟେ କ୍ୟାବିନ କରି ପାନ ବିକୁଥିବା ବେପାରୀଙ୍କ ବେପାର ମଧ୍ୟ ମାନ୍ଦା ହୋଇଛି । ଲୋକେ ଆସୁନଥିବାରୁ ବେପାର ହେଉନଥିବା କହିଛନ୍ତି ବ୍ୟବସାୟୀ । ସେପଟେ ଗାଁରେ ରଜ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଝିଅମାନେ ସକାଳୁ ସଜବାଜ ହୋଇ ଦୋଳି ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

8 + 11 =