ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ । ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମେରିଟାଇମ ବୋର୍ଡ ଗଠନ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ। ମୁଖ୍ୟ ଶାସନ ସଚିବ ଏହାର ଅଧକ୍ଷ ରହିବେ ।ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ ପରିବହନ ସଚିବ, ଶିଳ୍ପ ସଚିବ ଓ ରାଜସ୍ଵ ବିଭାଗ ସଚିବ। ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ବନ୍ଦର ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ମଧ୍ୟ‌ ବୋର୍ଡରେ ରଖାଯିବ।

ଏହି ବୋର୍ଡ ପିପିପି ମୋଡରେ ବନ୍ଦର, ବିକାଶ, ନିର୍ମାଣ, ରକ୍ଷାଣବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ତଳ ପଥର ଉନ୍ନତି କରଣ କାର୍ଯ୍ୟ କରିବ । ସମନ୍ୱିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ ବୋର୍ଡ । ବୋର୍ଡ ନିୟମ ଖିଲାପ କରି କାର୍ଯ୍ୟ କରୁଥିବା ନେଇ ଅନୁଭବ ହେଲେ ଏହାକୁ ରାଜ୍ୟ ସରକାର ଭାଙ୍ଗି ପାରିବେ । ୧୪ଟି ଅଣ ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି ।

ଧାମରା, ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି । ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ୱ ଆସୁଛି । ବିଲକୁ ବିଜେପି ସମର୍ଥନ କରିଥିବା ବେଳେ କିଛି ଅଂଶ ସଂଶୋଧନ ଦାବି କରିଥିଲା । କଂଗ୍ରେସ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ।

Share

Leave a Reply

Your email address will not be published. Required fields are marked *

17 − sixteen =