ଆଇନଜୀବି ଆନ୍ଦୋଳନ ଦୁର୍ବଳ ହେଉଛି

କଟକ– ରାଜ୍ୟରେ ଚାଲିଥିବା ଆଇନଜୀବି ଆନ୍ଦୋଳନ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ପ୍ରଥମେ ଏହି ଆନ୍ଦୋଳନକୁ କିଛି ହାଇକୋର୍ଟ ଓକିଲ ବିରୋଧ କରିବା ପରେ ଏବେ ଭୁବନେଶ୍ୱର ବାର ଆସୋସିଏସନ ଆଉ ଏକ ନୂଆ ଢଙ୍ଗରେ ଆନ୍ଦୋଳନକୁ ବିରୋଧ କରିଛି । ହାଇକୋର୍ଟ ବାର ଆସୋସିଏସନ ଆଜି ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବାପାଇଁ ଆହ୍ୱାନ ଦେଇଥିବା ବେଳେ ଭୁବନେଶ୍ୱର ବାର ଆସୋସିଏସନ ଏହାକୁ ବିରୋଧ କରିଛି ।
ଭୁବନେଶ୍ୱର ବାର ଆସୋସିଏସନ । ସଂଘ କହିଛି, ଆନ୍ଦୋଳନକୁ ସମର୍ଥନ କରୁଛୁ କିନ୍ତୁ ଯେଉଁ ଢଙ୍ଗରେ ହାଇକୋର୍ଟ ଓକିଲମାନେ ଅନ୍ଦୋଳନ କରୁଛନ୍ତି ସେଭଳି ଆନ୍ଦୋଳନକୁ ଭୁବନେଶ୍ୱର ବାର ଆସୋସିଏସନ ବିରୋଧ କରୁଛି ।
ଭୁବନେଶ୍ୱର ବାର ଆସୋସିଏସନ ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଜି ଓ କାଲି ୨ ଦିନ କାର‌୍ୟ୍ୟବନ୍ଦ କରିବ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ନାହିଁ ବୋଲି କହିଛି ଭୁବନେଶ୍ୱର ବାର ଆସୋସିଏସନ । ଆନ୍ଦୋଳନରେ ରାଜନୀତି ପଶିଲାଣି କେବଳ ଓକିଲଙ୍କ ୟୁନିଟି ପାଇଁ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛି ଭୁବନେଶ୍ୱର ଓକିଲ ସଂଘ । ତେବେ ଆଜି ହାଇକୋର୍ଟ ପରିସରରେ ଗଣ୍ଡଗୋଳର ଆଶଙ୍କା କରି ସେଠାରେ ୬ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

16 + ten =