କୋଟିଆର ବିକାଶ ଉପରେ ସରକାରଙ୍କ ଫୋକସ୍

କୋଟିଆ: କୋଟିଆର ବିକାଶ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । କୋଟିଆର ବିକାଶ ପାଇଁ ସରକାର ନେଉଛନ୍ତି ବଡ଼ ପଦକ୍ଷେପ । ବିକାଶ ପଥରେ ସୀମାନ୍ତ କୋଟିଆ । ଆଜି ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ ।

ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 

 

Share

Leave a Reply

Your email address will not be published. Required fields are marked *

6 + sixteen =