କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବୋନସ

ଭୁବନେଶ୍ୱର() ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳୀ, ବନେ୍ଧଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ବାବାଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସଚିବାଳୟରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୮,୫୨.୦୦୦ କେନ୍ଦୁପତ୍ର ତୋଳାଳୀ, ୨୦,୬୫୦ ବନେ୍ଧଇ ଶ୍ରମିକ ଓ ୧୭,୮୬୦ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁପତ୍ର ବ୍ୟବସାୟ ଦ୍ୱାରା ଏମାନଙ୍କ ପାଇଁ ବର୍ଷକୁ ୧ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରୁଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସାମୁହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏଥିରେ ବିଶେଷ କରି ଆଦିବାସୀ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକମାନେ କାମ କରିଥାନ୍ତି । ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହା ବିଶେଷ ସହାୟକ ହୋଇପାରୁଛି । ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ସହିତ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଅଂଶୀଦାର ଭାବେ ଗ୍ରହଣ କରାଯାଇଅଛି ।

ସୂଚନାଯୋଗ୍ୟ ଯେ କେନ୍ଦୁପତ୍ର ତୋଳାଳୀ, ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ତୋଳାଳୀ ମାନଙ୍କ କେରି ସଂଗ୍ରହ ପୋଷାକ,ତୋଳାଳୀ ମାନଙ୍କୁ ଚପଲ, ଶ୍ରମିକମାନଙ୍କ ମଶୁରୀ ଓ କମ୍ବଳ, ତୋଳାଳୀ ଓ କର୍ମଚାରୀଙ୍କ ଟୋପି,ତୋଳାଳୀ ଓ ଶ୍ରମିକମାନଙ୍କ ଝିଅମାନଙ୍କ ବିବାହ ସହାୟତା, ତୋଳାଳୀ ଓ ଶ୍ରମିକ ମାନଙ୍କ ଚିକିତ୍ସା  ଖର୍ତ୍ତ, ତୋଳାଳୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ଅନୁକମ୍ପାମୂଳକ ସହାୟତା,ତୋଳାଳୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ପିଲାଙ୍କ ପାଇଁ ଶିକ୍ଷାବୃତ୍ତି ଆଦି କଲ୍ୟାଣ କାର୍ଯ୍ୟକ୍ରମ ସେମାନଙ୍କ ସାମାଜିକ, ଆର୍ଥନୈତିକ ଅବସ୍ଥାର ଉନ୍ନତିରେ ସହାୟକ ହୋଇପାରିଛି ।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ,ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢୀ,ଉନ୍ନୟନ କମିଶନର ଶ୍ରୀ ଅସିତ ତି୍ରପାଠୀ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ଶ୍ରୀ ବିଜୟ ମହାନ୍ତି ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

16 − 10 =