ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକସରେ ଜର୍ମାନୀକୁ ହରାଇ ହାତେଇଲ ବ୍ରୋଞ୍ଜ । ପୁରୁଷ ହକିରେ ଜର୍ମାନୀକୁ ୫-୪ ଭାରତର ଦମଦାର ବିଜୟ । ଦିର୍ଘ ଚାରି ଦଶନ୍ଧି ପରେ ପଦକ ଆଣିଛି ଭାରତ । ୧୯୮୦ ମସିହା ମସ୍କୋ ଅଲମ୍ପିକସ୍ ପରେ କୌଣସି ପଦକ ଜିତିନଥିବା ଭାରତୀୟ  ହକି ଦଳ ଆଜି ପ୍ରତିଟି ଭାରତୀୟଙ୍କ ହୃଦୟ ଜିତିଛି ।

ଭାରତର ବିଜୟ ପରେ ହକିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡା ହୋଇଛି ।ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳି ଆଦି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × three =