ବଶ୍ବକପ ହକି ଆୟୋଜନର ମାଷ୍ଟର ମାଇଣ୍ଡ

ଭୁବନେଶ୍ବର () ଭୁବନେଶ୍ବରରେ ବିଶ୍ବକପ ହକିର ଆୟୋଜନ । କେହି କେବେ ଚିନ୍ତା କରିନଥିଲେ କି ସ୍ବପ୍ନରେ ଭାବି ନଥିଲେ । 180 ଦିନରେ ଏସିଆନ ଆଥଲେଟିକ୍ସର ଆୟୋଜନ ଭଳି ବିଶ୍ବକପ ହକିର ମଧ୍ୟ ଆୟୋଜନ କରାଯାଇଛି । କେବଳ ଆଥଲେଟିକ୍ସ ଗେମର ପରିକଳ୍ପନା କରି ଯେଉଁ ଷ୍ଟାଡିୟମର ନିର୍ମାଣ କରାଯାଇଥିଲା ସେଠି ଆଜି ସୃଷ୍ଟି ହୋଇଛି ବିଶ୍ବସ୍ତରୀୟ ହକି ଷ୍ଟାଡିୟମ । ଏହି ଷ୍ଟାଡିୟମ ବି ବିଶ୍ବର ଶ୍ରେଷ୍ଠ ତିନୋଟି ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ବୋଲି ନିଜେ ଆନ୍ତର୍ଜାତିକ ହକି ଫେଡେରେସନର ସଭାପତି କହିସାରିଲେଣି ।

କେବଳ ହକି ବିଶ୍ବକପ ପାଇଁ କଳିଙ୍ଗ ଷ୍ଟାଡିୟମର ରୂପାନ୍ତରଣ ହୋଇନି, ରାଜଧାନୀ ଭୁବନେଶ୍ବରର କଳେବର ବି ବଦଳିଛି । ଭୁବନେଶ୍ବର ସହର ମଧ୍ୟକୁ ପ୍ରବେଶ କଲେ ଲାଗୁଛି ସତେଯେମିତି ଏକ ମେଟ୍ରୋ ସହରକୁ ପ୍ରବେଶ କରୁଛୁ । ହକି ବିଶ୍ପକପର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ମାଷ୍ଟର ମାଇଣ୍ଡ ହେଉଛନ୍ତି କିଛି ନେତା ଓ ପ୍ରଶାସକ । ଦିନ ରାତି ଏକ କରି କଳିଙ୍ଗ ଷ୍ଟାଡିୟମ ସହ ଭୁବନେଶ୍ବରର ଚିତ୍ର ବଦଳାଇଥିବା ଏହି ଅଫିସରମାନେ ହେଲେ କ୍ରିଡା ସଚିବ ବିଶାଲ ଦେବ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡି.ଏସ.କୁଟେ, ବିଡିଏ ଭିସି କ୍ରିଷନ କୁମାର, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୁପ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଆଣ୍ଡ ଟିମ ।

ଏହି 5ଜଣିଆ ଟିମ ପୂରା ହକି ବିଶ୍ବକପର ଆୟୋଜନାର ଦାୟିତ୍ବ ତୁଲାଉଛନ୍ତି । ହକି ବିଶ୍ବକପର ଉଦଘାଟନୀ ଉତ୍ସବର ଆକର୍ଷଣରେ ବିମୁଗ୍ଧ ହୋଇ ଆନ୍ତର୍ଜାତିକ ହକି ଫେଡେରେସନ ବି କହିଛି ଯେ, ଓଡିଶାର ଏହି ଆୟୋଜନ ଅନ୍ୟ ଦେଶମାନଙ୍କ ପାଇଁ ଭବିଷ୍ୟତରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏଥିସହିତ ହକି ବିଶ୍ବକପରେ ଯୋଡି ହୋଇଛନ୍ତି ଦେଶର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ, ବଲିଉଡର ସୁପର ଷ୍ଟାର ଶାହାରୁଖ ଖାନ, ସଲମାନ ଖାନ, ମାଧୁରୀ ଦିକ୍ଷିତ । ବଲିଉଡ ସିନେମା ଜଗତର ଏହି ଷ୍ଟାରମାନେ ପୂର୍ବରୁ କେବେ ଓଡିଶା ଆସିନଥିଲେ । ହକି ବିଶ୍ବକପ ପାଇଁ ଏହି ଷ୍ଟାର ମାନେ ପ୍ରମୋସନ କରିବା ଏକ ମାମୁଲି କଥା ନୁହେଁ । ଏହାଦ୍ବାରା ଓଡିଶା ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି ।

ରାଜ୍ୟର ଏହି ସଫଳତା ଓ ପରିଚୟ ପଛରେ ରହିଛି ଏହି 5 ମାଷ୍ଟର ମାଇଣ୍ଡଙ୍କ ପ୍ରଚ୍ଛନ୍ନ ହାତ । ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏତେବଡ ଇଭେଣ୍ଟକୁ ସଫଳତର ସହ ଆରମ୍ଭ ହୋଇଛି । ଇଭେଣ୍ଟ ଆୟୋଜନ ସାଙ୍ଗକୁ ରାଜଧାନୀରେ ଷ୍ଟାର ମେଳି । ସବୁଠାରୁ ବଡ କଥା ହେଉଛି, କୌଣସି ବାଦ ବିବାଦ ଏବଂ ପରିଚାଳନା ଗତ ତ୍ରୁଟି ବିନା ଏଭଳି ଏକ ମେଗା ଇଭେଣ୍ଟର ଆୟୋଜନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − 10 =