ହୀରାକୁଦରେ ବଢୁଛି ଜଳସ୍ତର

ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ । ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ ଉପରେ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ଗେଟ ଖୋଲି ପ୍ରଥମ ବନ୍ୟାଜଳ ଛଡାଯିବ । ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬.୧୫ ୯୧ ଫୁଟ ରହିଥିଲା । ଯାହା ରାତି ୯ଟାରେ ଜଳସ୍ତର ବୃଦ୍ଧି ପାଇ ୬୧୬. ୦୬ ଫୁଟରେ ପହଂଚିଥିଲା ।

ସେପଟେ, ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଜିଲାରେ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଓ କେନ୍ଦୁଝର।

Share

Leave a Reply

Your email address will not be published. Required fields are marked *

9 − two =