ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ଆଲର୍ଟ କରିଛି ପାଣିପାଗ ବିଭାଗ । ୬ଟି ଜିଲ୍ଲାକୁ ରେଡ ଆଲର୍ଟ କରିଥିବା ବେଳେ ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରିଛି ପାଣିପାଗ ବିଭାଗ । ତେବେ ରେଡ ଆଲର୍ଟ କରିଥିବା ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୋଳ ରହିଛି। ଏହି ଜିଲ୍ଲାଗୁଡିକ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡିକ ହେଉଛି ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ। ଏହି ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

four × 4 =