ମନ୍ତ୍ରୀ ତୁଷାରକାନ୍ତଙ୍କ ଗାଡିକୁ ଅଣ୍ଡା ମାଡ

ଭୁବନେଶ୍ୱର: ମନ୍ତ୍ରୀ ତୁଷାରକାନ୍ତଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ମମିତା ମେହେର ମୃତ୍ୟୁ ଘଟଣାକୁ ବିରୋଧ କରି ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରିଛନ୍ତି । ଥୂଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ବିରୋଧ ପ୍ରଦର୍ଶନ ହୋଇଥିଲା ।

ଦୁଇ ଦିନ ପୂର୍ବରୁ  ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିଲା । ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ଅଣ୍ଡାମାଡ କରିଥିବା ଜଣାପଡିଛି । ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ । ଭବାନୀପାଟଣାରୁ ଆସୁଥିବା ବେଳେ ନର୍ଲାରେ ଅଣ୍ଡାମାଡ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 × 4 =