କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର() ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା  । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ଗଞ୍ଜାମ ଜିଲ୍ଲାର ଓ ସେଠାର ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ଓ ସେଠାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

19 − 16 =