ଭୁବନେଶ୍ବରରୁ ଆଉ ୧୩ ପଜିଟିଭ

ଭୁବନେଶ୍ୱର() ଗୁରୁବାର ଭୁବନେଶ୍ୱରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୮ ହୋମ କ୍ୱାରେଣ୍ଟାଇନ ଓ ୫ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି ।

ଖଣ୍ଡଗିରି ଶରଧାପାଲି ବସ୍ତିରୁ ଜଣେ ୨୧ ବର୍ଷର ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଭୀମଟାଙ୍ଗିର ଜଣେ ଯୁବକ, ସାଲିଆସାହିର ଜଣେ ରେଳବାଇ କର୍ମଚାରୀ, ନୀଳାଦ୍ରିବିହାରର ଜଣେ ୫୭ ବର୍ଷୀୟ ବ୍ୟକ୍ତି ଓ ନୀଳଚକ୍ର ନଗରର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରକାଶ ଯେ,ରାଜ୍ୟରେ ଗୁରୁବାର ଆଉ ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୩ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

five × 4 =