ପୁଣି ଚାକିରିରୁ ବିଦା ହେଲେ ୩ ଦୁର୍ନୀତିଗ୍ରସ୍ତ ଅଫିସର

ଭୁବନେଶ୍ୱର() ବିଦା ହେଲେ ତିନି ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର।ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି । ଏନେଇ ସେ ଟୁଇଟ୍ କରି ସୂଚନା । ଦେଇଛନ୍ତି । ସବଇନିସପେକ୍ଟର ବନମାଳୀ ନାୟକ,ଏଏସଆଇ ବୀରବର ଲେଙ୍କା ଓ କିଶୋର ବାଗଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓଡିଶା ସର୍ଭିସ କୋର୍ଡ ରୁଲ୍ -୭୧ ଅନୁସାରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରି କାଳ ସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦେଇ ବିଦା କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨ ତାରିଖରୁ ମୋ ସରକାର କାର୍ୟ୍ୟକ୍ରମ ଆରମ୍ଭ କରି ଶାସନକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

1 × 5 =