ଘରୋଇ ହଷ୍ଟେଲରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

ପୁଣି ଧିରେ ଧିରେ କାୟା ମେଲାଇଲାଣି କରୋନା ସଙ୍କ୍ରମଣ । କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ପିଲାଙ୍କୁ ଜ୍ୱର, ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ୫୬ଟି ସାମ୍ପଲ ଟେଷ୍ଟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ ହେବ ।
ସେହିପରି ଦେଶରେ ଦୈନିକ ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କାଲି ୫ ହଜାର ଉପରେ ପଜିଟିଭ୍ ସଂଖ୍ୟାଥିବାବେଳେ ଆଜି ବଢି ୭ ହଜାରରେ ପହଁଞ୍ଚିଛି । ୨୪ ଘଣ୍ଟାରେ ୭୨୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୭୨୩କୁ ବୃଦ୍ଧି ପାଇଛି ।

 
 
Share

Leave a Reply

Your email address will not be published. Required fields are marked *

8 + eleven =