ବଜାରରେ କରୋନା ଔଷଧ ବିକ୍ରି ପାଇଁ ଅନୁମତି

ଭୁବନେଶ୍ୱର() ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି ମିଳିବା ପରେ ଏଣିକି ବଜାରରେ କରୋନା ଔଷଧ ଉପଲବ୍ଧ ହେବ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ରେମଡ଼େସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସପ୍ରିପ୍ସନ ଥିଲେ କରୋନା ଔଷଧ କିଣିହେବ ବୋଲି ସୂଚନା ମିଳିଛି । ସେହିପରି ଔଷଧ ବିକ୍ରି ପୂର୍ବରୁ ଦୋକାନୀ ରୋଗୀଙ୍କ ପ୍ରେସକ୍ରିପସନର ଫଟୋ କପି ରଖିବେ । ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ହେବ । ଏହାସହ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣ ପତ୍ର ରଖିବା ବାଧ୍ୟତାମୂଳକ କରାଯାଇଛି । କେବଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ରେମଡ଼ିସିଭିର ଇଞ୍ଜେକ୍ସନ ବିକ୍ରି ହେବ । କୌଣସି ରୋଗୀ କିମ୍ବା ସମ୍ପର୍କୀୟ ସିଧାସଳଖ ଇଞ୍ଜେକ୍ସନ କିଣିପାରିବେ ନାହିଁ ବୋଲି ସର୍ତ୍ତ ଲାଗୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

two + seven =