କରୋନା କଟକଣାକୁ ଫୁ କଲେ ପୋଲିସ ବାବୁ

ରାଉରକେଲା: ମହାମାରୀ କରୋନା ପାଇଁ ସରକାର କଟକଣା ଜାରି କରିଛନ୍ତି । ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଭୋଜିଭାତ ନକରିବା ଲାଗି କଡ଼ା ନିର୍ଦ୍ଦେଶ ରହିଛି । ମାତ୍ର ଏହି କଟକଣା କେତେ କାର‌୍ୟ୍ୟକାରୀ ହେଉଛି ତାହା ବୀରମିତ୍ରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ବିବାହ କାର‌୍ୟ୍ୟକ୍ରମରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ତ ଦୂରର କଥା ଜଣେ ପୁଲିସ୍ ହାବିଲଦାର ସାଧା ପୋଷାକରେ ନାଚିବା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ବୀରମିତ୍ରପୁର ଥାନାର ହାବିଲଦାର ପ୍ରଶା ପଟ୍ଟନାୟକ ଏକ ବାହାଘର ଉତ୍ସବରେ ନାଚୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ପୋଲିସ ବାବୁଙ୍କୁ ବିଭିନ୍ନ କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା କଣ କେବଳ ଲୋକଙ୍କ ପାଇଁ । ପୁଲିସ ବାବୁମାନେ ଯାହା ଚାହିଁବେ ତାହା କରିବେ ଭଳି ସହରରେ ଚର୍ଚ୍ଚା ଜୋର ଧରିଛି । ସହରରେ ଉକ୍ତ ଭିଡିଓ ଭାଇରାଲ ହେଉଥିବା ବେଳେ ପୁଲିସ ଅଧିକାରୀ ବର୍ତ୍ତମାନ ପର‌୍ୟ୍ୟନ୍ତ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି।

Share

Leave a Reply

Your email address will not be published. Required fields are marked *

sixteen − fourteen =