ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗ

ଭୁବନେଶ୍ୱର:  ସୁପରିଚିତ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ବିୟୋଗ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କିଶୋର କାର୍ଟୁନିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ଏକ ଓଡିଆ ଦୈନିକ ସହ ଦୀର୍ଘଦିନ ଧରି ସଂପୃକ୍ତ ଥିଲେ କିଶୋର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଉପସ୍ଥାପନର ନିଜସ୍ୱ ସ୍ୱତନ୍ତ୍ର ଶୈଳୀ ପାଇଁ କିଶୋର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + two =