୧.୫୦ଲକ୍ଷ କୋଟି ବଜେଟ ଚିଠା ପ୍ରସ୍ତାବ କୁ ଅନୁମୋଦନ !

ଭୁବନେଶ୍ୱର() ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭା ରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ର ଚିଠା ପ୍ରସ୍ତାବ କୁ ନେଇ ଅନୁମୋଦନ ମିଳିଛି ।ଏନେଇ ଆଜି ଲୋକସେବା ଭବନରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୧୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ।କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ କରାଯିବ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ୧.୩୯ଲକ୍ଷକୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ  ବଜେଟ ର ଆକାର ବୃଦ୍ଧି ପାଇବାର ସମ୍ବାବନା ରହିଛି ।

ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ ର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ଜଣାପଡିଛି ।


ଆସନ୍ତା ୧୪ତାରିଖରେ ବିଧାନସଭା ରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫ୍ରେବୃଆରୀ ୧୮ତାରିଖରେ ଆସନ୍ତା ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ କୁ ଅର୍ଥ ମନ୍ତ୍ରୀ ଗୃହରେ ଆଗତ କରାଇବେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ଏଥର କେନ୍ଦ୍ରିୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି ବିଶେଷ କରି,ପଞ୍ଚଦଶ ଅର୍ଥକମିଶନ,ମନେରଗା ,ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟ ରେ କେନ୍ଦ୍ରିୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।ମୋସରକାର ଓ ୫ଟି କାର୍ୟ୍ୟକ୍ଷମ ହେବାପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମି ର ବିକାଶ ଓ ସାମାଜିକ କ୍ଷେତ୍ର କୁ ଗୁରୁତ୍ଵ ଦେଇଛନ୍ତି ।ଏଭଳି ସ୍ତିତିରେ କେଉଁ ବିଭାଗ କୁ କେତେ ମିଳିବ ଓ ବଜେଟ ର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ବିଧାନସଭା ରେ ବଜେଟ ଆଗତ ହେବା ପରେ ସ୍ପଷ୍ଟ ହେବ ।

Share

Leave a Reply

Your email address will not be published. Required fields are marked *

twenty − 1 =