ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ଗିରଫ

ଖୋର୍ଦ୍ଧା()  ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ଦଧିମାଛଗାଡିଆ ଗୁଳିକାଣ୍ଡ ମାମଲାରେ ମନୋରଞ୍ଜନ ମୁଖ୍ୟ ଅଭିଯୁକ୍ତ । ମନୋରଞ୍ଜନକୁ ଖୋର୍ଦ୍ଧା ପୋଲିସ ଗିରଫ କରିବା ବେଳେ ତାନିକଟରୁ ୩ କିଲୋ ୬୦୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥି ସହତ ଗୋଟିଏ ପିସ୍ତଲ, ବାଇକ ଏବଂ ନଗଦ ୧୬ ହଜାର ୫ଶହ ଟଙ୍କା ଜବତ ହୋଇଛି । ଗତ ଜୁନ ୧୬ରେ ଦଧିମାଛଗାଡିଆ ଲାଲ ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ।

ମନୋରଞ୍ଜନକୁ ଧରିବା ପାଇଁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଆଜି ତାକୁ ଗିରଫ କରାଯାଇଥିବା ପ୍ରେସମିଟରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ୨୦ ବର୍ଷୀୟ ମନୋରଂଜନ ସାହୁ ନାମରେ ରହିଛି ଏକାଧିକ ମାମଲା ।

Share

Leave a Reply

Your email address will not be published. Required fields are marked *

4 − 3 =