ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ

ଭୁବନେଶ୍ୱର: ଶଲାବୁଢ଼ା ଚଳଚିତ୍ରର ମୁଖ୍ୟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ଏହି ଚଳଚିତ୍ରଟି ଜାତୀୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ହୋଇଥିଲା । ଆଜି ଭୀମସାର ମେଡିକାଲରେ ୯୨ ବର୍ଷ ବୟସରଙ୍କ ତାଙ୍କର ପରଲୋକ ହୋଇଛି । ମେ’ ୧୬ ତାରିଖରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡା (୮୦)ଙ୍କର ପରଲୋକ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗି ପଡ଼ିଥିଲେ। ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା। ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଦ୍ୱାରା ଲିଖିତ “ଫଟା କପାଲ” ହେଉଛି ପ୍ରଥମ ମୁଦ୍ରିତ ସମ୍ବଲପୁରୀ ନାଟକ। ତାଙ୍କର ଦ୍ୱିତୀୟ ସମ୍ବଲପୁରୀ ନାଟକ ‘ଭଏଁଷ ଆଗେ ନାଗଧୁନି “ଏକ ବହୁଚର୍ଚ୍ଚିତ ନାଟକ। ଡଃ ହରେକୃଷ୍ଣ ମହତାବଙ୍କ ପରାମର୍ଶରେ ସେ ଛଅଟି ଅପେରା ଲେଖିଥିଲେ।ତାଙ୍କ ଦ୍ବାରା ଲିଖିତ ଅପେରା ” ବାଘ ମାତିଛି’ ଚହଳ ସୃଷ୍ଟି କରିଥିଲା। ମଣି ସଂଗ୍ରହ ଓ କ୍ଳାନ୍ତ ଅପରାହ୍ଣ ତାଙ୍କର ଦୁଇଟି ଲୋକପ୍ରିୟ ଓଡ଼ିଆ ନାଟକ। ସେ ଜଣେ ଗୀତିକାର ଭାବେ ସେ ଅନେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଲୋକପ୍ରିୟ ଗାୟକ ଫକୀର ପଟ୍ଟନାୟକଙ୍କ ଗାଇଥିବା ଅଧିକାଂଶ ଜନପ୍ରିୟ ଗୀତର ସେ ଗୀତିକାର।
ସେ ୨୦୧୩ ମସିହାରେ ୮୩ ବର୍ଷ ବୟସରେ ଅଭିନେତା ଭାବରେ ସମ୍ବଲପୁରୀ ଚଳଚ୍ଚିତ୍ର “ଶଲା ବୁଢା” ରେ ଡେବ୍ୟୁ କରିବା ସମୟରେ ସେ ଲୋକମାନଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଥିଲେ। ସାବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଦୁଇଟି ସମ୍ବଲପୁରୀ ଚଳଚ୍ଚିତ୍ର ଆଦିମ ବିଚାର ଏବଂ ଶଲା ବୁଢାର ବଦଲାରେ ଅଟଳ ବିହାରୀ ପଣ୍ଡା ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

Share

Leave a Reply

Your email address will not be published. Required fields are marked *

10 − five =