୫ ‘ଟି’ ଆଧାରରେ ପେଶାଦାର ଢଙ୍ଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର () ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ଅଧିକ କ୍ରିୟାଶୀଳ କରାଯାଇ ସରକାରୀ ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସମସ୍ତଙ୍କୁ ୫ ‘ଟି’ ଆଧାରରେ କାର୍ଯ୍ୟକରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ ଅଚାନକ ସତ୍ୟନଗରସ୍ଥିତ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ୍‌ କାର୍ଯ୍ୟାଳୟ ଅଚାନକ ଗସ୍ତ କରିବା ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକ ପେଶାଦାର ଢଙ୍ଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଇଥିବାବେଳେ ଏହା ଯେପରି ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେଥି ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ସତା ପାଇବା ଆବଶ୍ୟକ । କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ୫ ‘ଟି’ ଆଧାରରେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରି ରାଜ୍ୟର ବିକାଶରେ ଅଂଶୀଦାର ହେବା ସହ ସଂସ୍ଥାକୁ ଅଧିକ ଲାଭପ୍ରଦ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟର ପରିବେଶ ସ୍ବଚ୍ଛ ରଖିବା ସହ କର୍ମଚାରୀମାନେ ସମୟାନୁବର୍ତ୍ତୀ ହେବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

କର୍ମଚାରୀମାନେ ସେମାନଙ୍କୁ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ ଉତ୍କର୍ସତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କୃଷି କ୍ଷେତ୍ରରେ ଯନ୍ତ୍ରପାତି ବ୍ୟବହାର ମାଧ୍ୟମରେ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ତେଣୁ ଚାଷୀମାନେ ଯେପରି କୃଷି ଯନ୍ତ୍ରପାତିର ବ୍ୟବହାର କରି ସେମାନଙ୍କର ଉତ୍ପାଦନ ବୃଦ୍ଧି ସହିତ ଆୟ ବୃଦ୍ଧି କରିପାରିବେ ସେଥି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ବାରୋପ କରିଥିଲେ । ଏଥି ସହିତ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

1 × 5 =