ରାଜ୍ୟରେ ୬୬ ସଂକ୍ରମିତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଦିନକ ମଧ୍ୟରେ କଟକରୁ ୧୦, ପୁରୀ ୯, ମୟୁରଭଞ୍ଜ ୬ ଏବଂ ଅନୁଗୁଳ ଜିଲାରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଯାଜପୁର ଓ ଝାରସୁଗୁଡା ଜିଲାରୁ ୩ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଭଦ୍ରକ, ବଲାଙ୍ଗିର ଏବଂ ନୟାଗଡ ଜିଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ଦିନକ ମଧ୍ୟରେ ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ୬୧୬୮କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

sixteen + 16 =