ହାତୀ ଆକ୍ରମଣରେ ମରିଛନ୍ତି ୯୨୫ ଜଣ ଲୋକ

ଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ, ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ରାଜୟରେ ମୋଟ ୧୯୭୬ଟି ହାତୀ ଅଛନ୍ତି । ହେଲେ ଗତ ୧୦ ବର୍ଷ ଭିତରେ ମୋଟ ୭୮୪ଟି ହାତୀ ଆଖି ବୁଜିଥିବାବେଳେ ବର୍ଷା ୱାରୀ କେତେ ହାତୀ ମୃତ୍ୟୁ ବରଣ କରିଛନ୍ତି, ସେନେଇ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

ତେବେ ଏନେଇ ପ୍ରଥମେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଧାନସଭାରେ ପ୍ରଶ୍ନ ରଖିଥିଲେ । ସେ କହିଥିଲେ, ରାଜ୍ୟରେ ବର୍ତ୍ତମାନ କେତୋଟି ହାତୀ ଅଛନ୍ତି? ଗତ ୧୦ ବର୍ଷ ଭିତରେ କେତେ ହାତୀ ମରିଛନ୍ତି ଓ କେତେ ଲୋକ ହାତୀ ଆକ୍ରମଣରେ ମରିଛନ୍ତି? ତା ସହିତ ହାତୀ ମୃତ୍ୟୁ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ପାଇଁ ବିଜେପି ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ହାତୀମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି ସହିତ ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ ଆଦି ବ୍ୟବସ୍ଥା କରାଯାଇଛି । ଏହାସହିତ ଶିକାର ନିରୋଧକ ଶିବିର, ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଦ୍ୱାରା ହାତୀ ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତବେ ଏଯାବତ, ଏହି ଘଟଣାରେ ୫୦ ଜଣ ଲୋକଙ୍କ ଉପରେ ଚାର୍ଜସିଟ୍ ହୋଇଥିବାବେଳେ, କୌଣସି ଅଭିଯୁକ୍ତଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଇନି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

nineteen + 12 =