ରାଜ୍ୟ

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର। ସ୍ତ୍ରୀ ମୁହଁରେ ଏକାଧିକ ଜାଗାରେ ଛୁରାମାଡ଼ କରିଛି ସ୍ୱାମୀ ଶ୍ୟାମସୁନ୍ଦର ବିଶୋଇ। ପାରିବାରିକ କଳହ ଯୋଗୁ ଏପରି ଘଟିଥିବା କହିଛି ପୋଲିସ। ଘର ସହ ସ୍ତ୍ରୀକୁ ନିଆଁ ଲଗାଇ ଜାଳିଦେବାକୁ ଯୋଜନା କରିଥିଲା ନୃଶଂସ ସ୍ୱାମୀ। ହେଲେ ଲୋକେ ଅଟକାଇବାରୁ ମଉକା ଦେଖି ସ୍ତ୍ରୀକୁ ଛୁରାମାଡ଼ କରିଛି ଜଲ୍ହାଦ ସ୍ୱାମୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରିଛନ୍ତି ତାଙ୍କ ଭାଇ । ଚନ୍ଦ୍ରଶେଖରପୁର ଇଶାନେଶ୍ୱର ବସ୍ତିରେ ଘଟିଛି ଏପରି ଘଟଣା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛୁରାମାଡ କରି ଫେରାର ଥିବା ଶ୍ୟାମସୁନ୍ଦରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ।ଜାରି ରଖିଛି  ସେପଟେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − five =