ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟ ର ଛାତ୍ର କର୍ଣ୍ଣ ବାହାଦୂର ସିନିୟର ପୁରୁଷ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଜାତୀୟ ଚାମ୍ପିଅନ୍‌ସିପ୍ ଗତ ମାସ ୨୯ ରୁ ଆରମ୍ଭ ହୋଇ ନୂଆ ବର୍ଷରେ ଶେଷ ହୋଇଥିଲା । ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସବ୍ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ଆସାମ ରନର୍ସ ଅପ୍ ଏବଂ କେରଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ , କେରଳ ରନର୍ସ ଅପ୍ ଏବଂ ଆସାମ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।
ସେହିପରି ସିନିୟରରେ କେରଳ ଚାମ୍ପିଅନ୍‌, ଓଡିଶା ରନର୍ସ ଅପ୍ ଏବଂ ଉତରପ୍ରଦେଶ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା । ସିନିୟର ବର୍ଗରେ ଉତର ପ୍ରଦେଶ ଶ୍ରେଷ୍ଠ ଦଳ ଏବଂ ପୁରୁଷରେ ଓଡିଶା ର ବବଲୁ ମୁଣ୍ଡା ଓ ମହିଳାରେ ଆସାମର ପ୍ରିୟଙ୍କା ପେଗୁ ଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ । ବବଲୁ ପ୍ରୋ-ଚାମ୍ପିଅନ ଓ ଆସାମ ର କୁଶଲ ପଚୁଙ୍ଗ ରନର୍ସ ଅପ୍ ଏବଂ ଓପନ ବର୍ଗରେ ସକୁନ ଟିକ୍କୋ ଚାମ୍ପିଅନ ଓ ଓଡିଶା ର ରାଜୁ ସିଙ୍‌କୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ ।
ଉଦ୍‌ଯାପନୀ ଉତ୍ସବରେ ଲେଫ୍ଟନାଂଟ ଜେନେରାଲ ଜେ.କେ ମହାନ୍ତି ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଡ. ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଏସ୍‌.ଏସ୍‌. ହରିଚନ୍ଦନ , ପ୍ରବୋଧ ମହାନ୍ତି, ଦେବବ୍ରତ ପାଣିଗ୍ରାହୀ ଏବଂ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − one =