ରାଜ୍ୟ

ସତର୍କ ରୁହନ୍ତୁ! ଆସୁଛି ବଡ଼ ବର୍ଷା

ରାଜ୍ୟରେ ପ୍ରବଳ ବର୍ଷା ପରେ ଏବେ ସାମାନ୍ୟ କମିଛି ବର୍ଷା। ଗତ କିଛି ଦିନ ହେବ ଖରା ହେଉଥିବାବେଳେ ଏବେ ପୁଣି ଫେରିବ ବର୍ଷା। ଆସନ୍ତା ୯ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏବେ ରାଜ୍ୟରେ କମିଛି ବର୍ଷାର ପରିମାଣ। ଓଡ଼ିଶା ଉପରେ ଏବେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ। ପଡୋଶୀ ରାଜ୍ୟରେ ସକ୍ରିୟ ଥିବା ଟ୍ରପ ଲାଇନ ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ହେଇଛି। ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ଆଗାମୀ ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଗଜପତି, ଗଂଜାମ ସମେତ ୧୮ ଜିଲ୍ଲାରେ ହାକୁକାରୁ ମାଧ୍ୟମ ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିଛି।”

ତେଣୁ ଏହି ସବୁ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜି.ବି ନଗର ଠାରେ ସର୍ବାଧିକ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଜୁନ ୧ ରୁ ଏଯାବତ ୧୧୭୫.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୨୧ ପ୍ରତିଶତ ଅଧିକ। ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏବେବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।”

ସାରା ଦେଶରେ ମୌସୁମୀର ମହାପ୍ରକୋପ । ସେପଟେ ପୁଣି ୧୭ଟି ରାଜ୍ୟରେ ପ୍ରବଳ ବର୍ଷାର ଆଲର୍ଟ, ତା’ସହ ଦିଲ୍ଲୀ-NCR ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । କେବଳ ବର୍ଷା ନୁହେଁ, ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବର୍ଷା ନାହିଁ।ସେହିପରି ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ । ଏଥିପାଇଁ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନର ଆଶଙ୍କା ରହିଛି । ତେଣୁ ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପାହାଡ଼ିଆ ଅଞ୍ଚଳକୁ ଯାତ୍ରା ନକରିବାକୁ ସତର୍କ କରାଯାଇଛି । ଉତ୍ତରାଖଣ୍ଡରେ ଖରାପ ପାଣିପାଗ ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି ।”

Share

Leave a Reply

Your email address will not be published. Required fields are marked *

seven + 20 =