ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା: ମନ୍ତ୍ରୀ
ଚଳିତ ଶିକ୍ଷା ବର୍ଷ ପାଇଁ ସବୁ ସ୍କୁଲ୍କୁ ଦିଆଯିବ ସଂଶୋଧିତ ବହି। ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା । ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢ଼ାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ । ତଦନ୍ତ ଆଧାରରେ ଆଉ ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି ।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢ଼ା ଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ । ଏହି ସଂଶୋଧିତ ବହି ଡିଇଓ କି ସ୍କୁଲ ପ୍ରଧାନଶିକ୍ଷକଙ୍କ ଜରିଆରେ ଦିଆଯିବ । ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗତ ୨୭ ତାରିଖରେ ବହି ବିଭ୍ରାଟ ଘଟଣାରେ ମୁଖ୍ୟମନ୍ତ୍ରୀ କଡ଼ା ଆକ୍ସନ ନେବା ସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲଷ। ଯାହା ଭିତରେ ପ୍ରମୁଖ ରହିଛି, ଅଭେଦ୍ୟ ଚାରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍ ଲକଡ୍ PDF ମେକାନିଜମ୍ । ଅର୍ଥାତ ବହି ଛପାରୁ ପ୍ରିଣ୍ଟ ପର୍ଯ୍ୟନ୍ତ ୪ ସ୍ତରରେ ଯାଞ୍ଚ ବ୍ୟବସ୍ଥା କରାଯିବ।
ବହି ଛପାରୁ ପ୍ରିଣ୍ଟ ପର୍ଯ୍ୟନ୍ତ ଚାରି ଥାକିଆ ବ୍ୟବସ୍ଥା
୧- ଭାଷା, ଚିତ୍ର, ତଥ୍ୟ ଓ ମୁଦ୍ରଣଜନିତ ଚୂଡ଼ାନ୍ତ ଏକାଡେମିକ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକ ପ୍ରିଣ୍ଟିଙ୍ଗ ପ୍ରେସକୁ ଯାଇପାରିବ ନାହିଁ
୨- ପ୍ରତିଟି ନୂଆ ବହିର ପାଇଲଟ୍ ଟେଷ୍ଟିଂ ଅର୍ଥାତ ବଣ୍ଟାଯିବା ପୂର୍ବରୁ କିଛି କପି ଶିକ୍ଷକମାନଙ୍କୁ ଦିଆଯିବ
୩- ଫାଇନାଲ୍ ଲକଡ୍ PDF ମେକାନିଜମରେ ଚୂଡାନ୍ତ PDFକୁ ଲକ କରାଯିବ ଏବଂ ଅଧିକୃତ ଅଧିକାରୀଙ୍କ ବିନା ଆଉ କେହି ତାକୁ ଆସେସ କରିପାରିବେ ନାହିଁ
୪- ଭୁଲ ଆଉ ତାର ସଂଶୋଧନ ପାଇଁ ପବ୍ଲିକ ଏରଟା ପୋର୍ଟାଲ କରିବେ ସରକାର, ଯେଉଁଥିରେ ସଂଶୋଧିତ ହୋଇଥିବା ବିଷୟଗୁଡିକୁ ଦର୍ଶାଯିବ।
ଅନ୍ୟପଟେ ନିଲମ୍ବିତ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ପାଇଁ ବଢୁଛି ଅଡୁଆ। ସାମ୍ନାକୁ ଆସିଛି ୨୦୨୪ରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି। ଯେଉଁଥିରେ ରହିଛି ୧୦ରୁ ଅଧିକ ବିଧାୟକମାନଙ୍କ ଦସ୍ତଖତ । ଚିଠିରେ ମନୋଜ ପାଢୀଙ୍କ ଦୁର୍ନୀତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ଏବଂ ସ୍ୱେଚ୍ଛାଚାରୀ ଆଚରଣ କଥା ଉଲ୍ଲେଖ କରିଥିଲେ ବିଧାୟକ ମାନେ । ଅଭିଯୋଗ କରିଥିଲେ ନିର୍ଦ୍ଦେଶକ ଥିବା ବେଳେ ମନୋଜ ପାଢୀ ନିଜ କାର୍ଯ୍ୟାଳୟର ଅଦିକାରୀ ଏବଂ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି । ଏହା ସହ SCERT ନିର୍ଦ୍ଦେଶକ ଭାବେ ଦୁଇ ବର୍ଷର ସେବା କାଳରେ, କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ । ଏହା ମଧ୍ୟ ଲେଖାଯାଇଛି ଯେ ପୂର୍ବରୁ, ମୟୁରଭଞ୍ଜ ସାଂସଦଙ୍କ ଚିଠି ପରେ SCERTରେ ତାଙ୍କର ଅତିରିକ୍ତ ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଯୋଗୁଁ ତାଙ୍କୁ କିଛି ସମୟ ପରେ ସେହି ପଦବୀରେ ପୁନଃସ୍ଥାପିତ କରାଯାଇଥିଲା ।
ଅନ୍ୟପଟେ ମନୋଜ ପାଢୀଙ୍କ ସହ ୩ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ୬ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ରର ଗନ୍ଧ ବାରିଥିବାରୁ ଏହି ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ହେବ କି ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।

