ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍
ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ପରେ ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ୧୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
ପୂର୍ବରୁ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l ବର୍ତ୍ତମାନ କିନ୍ତୁ ୧୫ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି l ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୧.୫୨ ଫୁଟ ରହିଛି l ଜଲଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୭ ହଜ଼ାର ୯୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୬୮ ହଜ଼ାର ୯୮୩ କ୍ୟୁସେକ ଜଳ l ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଦୁଇଟି ଗେଟ୍ ବନ୍ଦ କରାଯାଇଛି ।
ଅନ୍ୟପଟେ ଜଳଭଣ୍ଡାରର ଜଳସ୍ତର, ଉପରମୁଣ୍ଡରେ ବର୍ଷା ଏବଂ ଜଳ ପ୍ରବେଶ ଓ ନିଷ୍କାସନର ପରିମାଣ ଉପରେ ନଜର ରଖାଯାଉଛି । ଆଗାମୀ ସମୟରେ ପରିସ୍ଥିତି ଅନୁସାରେ ଆହୁରି ଗେଟ୍ ଖୋଲିବା କିମ୍ବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବ।

