ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ ଜିଲ୍ଲାର ସ୍କୁଲ, କଲେଜ ଛୁଟି ଘୋଷଣା
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ ଜିଲ୍ଲାର ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁର ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି । ବଲାଙ୍ଗିର, କଳାହାଣ୍ଡିରେ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆଉ ସୁବର୍ଣ୍ଣପୁର ଓ ବୌଦ୍ଧରେ ବି ୨୨ ଯାଏଁ ସ୍କୁଲ, କଲେଜ ଛୁଟି । ପ୍ରବଳ ଖରା ଓ ଗରମ ଯୋଗୁଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଖାଲି ସ୍କୁଲ ଓ କଲେଜ ନୁହେଁ ତା’ ସହ ତାଲିମ ପ୍ରତିଷ୍ଠାନ, ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ
ଉପକୂଳକୁ ଗୁଳୁଗୁଳିରୁ ନାହିଁ ତ୍ରାହି ନଥିବା ବେଳେ ସେପଟେ ଜଳୁଛି ପଶ୍ଚିମ ଓଡିଶା । କିନ୍ତୁ ଏଥିରେ ଅସ୍ବସ୍ତି ଆଣିବ କାଳବୈଶାଖୀ । ବର୍ତ୍ତମାନ ଖରା ଓ ଛାଇର ଲୁଚକାଳି ଭିତରେ ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଏହି ୫ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।
ସେହିପରି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର, ରାୟଗଡା, କୋରାପୁଟ ଗଂଜାମ, ଗଜପତି ଓ ମାଲକାନଗିରି ଏହି ୧୪ ଜିଲ୍ଲାକୁ କୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
୪ ଦିନ ଅର୍ଥାତ ୨୦ ତାରିଖ ଯାଏଗ୍ରୀଷ୍ମ ପ୍ରବାହ ଜାରି ରହିବ ସହ ୨୩ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ଆସନ୍ତାକାଲି ରାଜ୍ୟରେ ୪୫ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା ।

