ରାଜ୍ୟ

ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି । ସକାଳୁ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ଭକ୍ତି ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଥିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ସେବାୟତମାନେ ଏହି ନୀତି ସମ୍ପାଦନ କରିଥିଲେ । ଏହାପରେ ମହାପ୍ରଭୁଙ୍କ ଆଗାମୀ ନୀତିକାନ୍ତି ଅନୁଯାୟୀ ରଥଟଣା ଆରମ୍ଭ ହୋଇଛି ।

ଗତକାଲି ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଅଟକି ରହିଥିଲା । ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚକୋଟ ଛକ ନିକଟରେ ଅଟକିଥିବା ବେଳେ ମହାବାହୁଙ୍କ ନନ୍ଦିଘୋଷ ରଥ ଅଳ୍ପ କିଛି ବାଟ ଅର୍ଥାତ ମାତ୍ର ହାତେ ରାସ୍ତା ଗଢ଼ି ବଡ଼ଦାଣ୍ଡରେ ଅଟକି ରହିଥିଲା । ଆଜି ପୁଣିଥରେ ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ତିନି ରଥ ।

ପ୍ରତିକୂଳ ପାଗ ସତ୍ତ୍ୱେ ରଥଯାତ୍ରାର ନୀତିକାନ୍ତିରେ କୌଣସି ବଡ଼ ବିଳମ୍ବ ହୋଇନାହିଁ ଏବଂ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଛି । ଏ ବର୍ଷ ରଥଯାତ୍ରାରେ ପ୍ରାୟ ୧୨ ଲକ୍ଷ ଭକ୍ତ ତିନି ରଥ ଟାଣିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଥିଲେ । ଶନିବାର ମହାପ୍ରଭୁ ଶ୍ରୀଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × two =