ଏମିତି ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ: ପିଣ୍ଟୁ ନନ୍ଦ

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଚଟୁଙ୍କ ଅପରେସନ ପାଇଁ ଅର୍ଥର ଆବଶ୍ଯକତା ଥିବାରୁ ପ୍ରାୟ ସାଥୀ କଳାକାର ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । କିନ୍ତୁ ଭିକ୍ଷା କିମ୍ୱା ଅନ୍ଯ ଉପାୟରେ ସହାୟତା ମାଗିବା ପ୍ରସଙ୍ଗକୁ ନେଇ ମର୍ମାହତ ହୋଇଛନ୍ତି ନିଜେ ପିଣ୍ଟୁ ନନ୍ଦ ।

ଏକ ଘରୋଇ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ ପିଣ୍ଟୁ କହିଛନ୍ତି, ଏଭଳ ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ । ମୋ ପାଇଁ କିଏ ଭିକ୍ଷା ମାଗୁଛି ତ, କିଏ ଅନ୍ୟ ଉପାୟରେ ଅର୍ଥ ଯୋଗାଡ଼ କରୁଛି । ମୋତେ ନେଇ ରାଜନୀତି ବି ହେଉଛି । ମୋତେ ସେଭଳି ଜୀବନ ଦରକାର ନାହିଁ । ମୋ ନାଁରେ ଯେଉଁଭଳି ଭାବେ ଅପପ୍ରଚାର କରାଯାଉଛି ସେ ଦୃଶ୍ଯ ଆଉ ମୋ ପାଇଁ ଦେଖିବା ସମ୍ଭବ ନୁହେଁ । ଏମିତି ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ ।

Share

Leave a Reply

Your email address will not be published. Required fields are marked *

9 + 4 =