ରାଜ୍ୟ

ଆଜି ଏହି କାରଣରୁ ବନ୍ଦ ରହିବ ଦର୍ଶନ

ଦୀର୍ଘ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍ ପ୍ରାୟ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଜାରି ରହିବ ଗଣତି ପ୍ରକ୍ରିୟା। ଗଣତି ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶ। ପୂର୍ବ ଭଳି ଏଥର ମଧ୍ୟ ରତ୍ନଭଣ୍ଡାର ଗଣତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଗଣତି ମଣତି କାର୍ଯ୍ୟ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ କରାଯିବା ସହ ରତ୍ନ ଅଳଙ୍କାରର ‌ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି କରାଯାଉଛି।

ତେବେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ୯ ଦିନରେ ପ୍ରାୟ ୫୭ ଘଣ୍ଟା ୮ ମିନିଟର ଗଣତି ହୋଇଥିଲା। ସିସିଟିଭି ସର୍ଭିଲାନ୍ସ ମଧ୍ୟରେ କରାଯିବା ସହ ରତ୍ନ ଅଳଙ୍କାରର ‌ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଥିଲା। ଭିତର ଭଣ୍ଡାରରେ ୪ଦିନର ଗଣତି ହୋଇଥିଲା। ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାର ଗଣତି ହୋଇଥିଲା। ସେହିପରି ବାହାର ରତ୍ନଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ ୧୩ରୁ ଭିତର ରତ୍ନଭଣ୍ଡାର ଖୋଲିଥିଲା। ଭିତର ରତ୍ନଭଣ୍ଡାର ଗଣତି ମଣତି ସହ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଛି। ସେହିଭଳି ଆଜିଠୁ ୨ ଦିନ ପୁଣି ଗଣତି ହେଲେ ସମସ୍ତ ତଥ୍ୟ ସୁଚାରୁ ରୂପେ ପରିଚାଳିତ ହୋଇପାରିବ। ତେବେ ଆଜିର ଏହି ଗଣତି କାର୍ଯ୍ୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହ ମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ।

Share

Leave a Reply

Your email address will not be published. Required fields are marked *

4 × 2 =