ଅଭିଯୁକ୍ତ ଗୋପାଳଙ୍କର ହେବ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳଙ୍କର ହେବ ସ୍ବର ବିଶ୍ଳେଷଣ ପରୀକ୍ଷା ଓ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ । ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ଫରେନସିକ ଲାବ୍ରୋଟୋରୀରେ ଏହି ପରୀକ୍ଷା ହେବ।

ରାଜ୍ୟ ଫରେନସିକର ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ମୁରଲୀଧର ନାୟକ କହିଛନ୍ତି ଅଭିଯୁକ୍ତ ଗୋପାଳଙ୍କର ସ୍ୱର ଉଚ୍ଚାରଣକୁ ଅନାଲିସିସି କରାଯିବ। ଘଟିଥିବା ଅପରାଧକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯିବ। ସେହି ସମୟରେ କ୍ଳାନ୍ତ, କିମ୍ବା ଟେନସନ ଅବା ନର୍ଭସର ଯାଞ୍ଚ କରାଯିବ। ପରୀକ୍ଷା ବେଳେ
କେଉଁଠି ସେ କଥା ଲୁଚେଇବା, କେଉଁ ପ୍ରଶ୍ନର ଉତ୍ତର ଦେବା ବେଳେ ଭଏସରେ ପରିବର୍ତ୍ତନ ହେବା ତାହାର ସ୍ପଷ୍ଟ ହେବ। କେଉଁ ପ୍ରଶ୍ନର ଉତ୍ତର ବେଳେ ଭଏସ କିଭଳି ରହିଛି ତାହା ଏହି ପରୀକ୍ଷା ମାଧ୍ଯରେ ସ୍ପଷ୍ଟ ହେବ।

Share

Leave a Reply

Your email address will not be published. Required fields are marked *

2 × five =