ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସଡ଼କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ । ଆଉ କୌଣସି ଗାଁ ଗଣ୍ଡା ଅପହଞ୍ଚ ହୋଇ ରହିନାହିଁ । କେବଳ ଗ୍ରାମାଞ୍ଚଳ କାହିଁକି, ସଦର ମହକୁମାରେ ବି ଉନ୍ନତ ରାସ୍ତାଘାଟ ରହିଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ ସଂପୂର୍ଣ୍ଣ ହେବା ଉପରେ । କଳାହାଣ୍ଡି ଆମପାଣିରୁ ନୂଆପଡ଼ା ଜିଲ୍ଲା ଯାଏଁ ୧୭୦ କିଲୋମିଟରର ବିଜୁ ଏକ୍ସପ୍ରେସ୍ ୱେ ଭିତରୁ କଳାହାଣ୍ଡି ଅଂଶକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୫୫ କିଲୋମିଟର ବ୍ୟାପୀ ବିଜୁ ଏକ୍ସପ୍ରେସ ୱେରେ ଯାତ୍ରା କରିବା ସହ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ନବୀନ ।

ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଧର୍ମଗଡ଼ ଆମପାଣି ପାଖରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲଠାରେ ଏକ ସାଧାରଣ ସଭାକୁ ଉଦବୋଧନ କରିବେ । ସେଠାରୁ ସ୍ବତନ୍ତ୍ର ବସ୍‌ ଯୋଗେ ବିଜୁ ଏକ୍ସପ୍ରେସ ୱେରେ ଯାତ୍ରା କରିବେ । ବିଜୁ ଏକ୍ସପ୍ରେସ୍ ୱେରେ ଧର୍ମଗଡ ଦେଇ କୋକସରା ବ୍ଲକର ଆମପାଣିରେ ପହଞ୍ଚିବେ । ସେଠାରେ ୧୮୨ କୋଟି ଟଙ୍କାରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ଧର୍ମଗଡ଼ଠାରେ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଏବଂ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧର୍ମଗଡ଼ ବସଷ୍ଟାଣ୍ଡକୁ ମଧ୍ୟ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

twenty − 2 =