ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଦୀପାଳି ଦାସ । ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ଏପ୍ରିଲ ୨୦ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ୟ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦେଇଛନ୍ତି ନିର୍ବାଚନ କମିଶନ ।

Share

Leave a Reply

Your email address will not be published. Required fields are marked *

4 × two =