୫ ଭାରତୀୟ ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ

ଭଲ ଫର୍ମରେ ଥିବା ଅଧିନାୟକ ବିରାଟ କୋହଲି(୬୪) ଓ ଯୁବ ବ୍ୟାଟସମ୍ୟାନ ପୃଥ୍ଵୀ ସ(୬୬) ସମେତ ପାଞ୍ଚ ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ବର୍ଷାବାଧିତ ଅଭ୍ୟାସ ମ୍ୟାଚର ଦ୍ଵିତୀୟ ଦିନରେ ୯୨ ଓଭରରେ ସବୁ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି। ଜବାବରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ଦ୍ଵିତୀୟ ଖେଳ ଶେଷ ସୁଦ୍ଧା ୪ ଓଭରରେ ବିନା ଓ୍ଵିକେଟରେ ୨୪ ରନ କରିଛି। ଡାର୍ସି ସର୍ଟ ୧୦ ଓ ମ୍ୟାକ୍ସ ବ୍ରାଏଣ୍ଟ ୧୪ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ଏ ପର‌୍ୟ୍ୟନ୍ତ ୩୩୪ ରନରେ ଅଗ୍ରଣୀ ରହିଛି। କୋହଲି ଓ ସଙ୍କ ବ୍ୟତୀତ ଭାରତ ପକ୍ଷରୁ ଚେତେଶ୍ଵର ପୂଜାରା(୫୪), ଆଜିଙ୍କ୍ୟ ରାହାଣେ(୫୬) ଓ ହନୁମା ବିହାରୀ(୫୩)ରନ କରିଛନ୍ତି।
ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚରେ କ୍ରମାଗତ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ହୋଇପାରିନଥିଲା। ଏହା ପରେ ଦ୍ଵିତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତର ଆରମ୍ଭ ଭଲ ନଥିଲା। ଲୋକେଶ ରାହୁଲ କେବଳ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପୃଥ୍ଵୀ ସ ଓ ଚେତେଶ୍ଵର ପୂଜାରା ୨ୟ ଓ୍ଵିକେଟରେ ୮୦ ରନ ଯୋଡ଼ି ଦଳର ସ୍ଥିତିକୁ ସୁଧାରି ଥିଲେ।

Share

Leave a Reply

Your email address will not be published. Required fields are marked *

2 + 5 =