ତିତିଲି ସହାୟତା ନେଇ ଧର୍ମେନ୍ଦ୍ର-ରାଜନାଥ ଆଲୋଚନା

ଓଡିଶାକୁ କେନ୍ଦ୍ର ସରକାର ତିତିଲି କ୍ଷୟକ୍ଷତି ପାଇଁ ସହାୟତା ନଦେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କରିଛନ୍ତି । ଖୁବ ଶୀଘ୍ର କେନ୍ଦ୍ର ସରକାର ଏଦିଗରେ ନିଷ୍ପତି ଘୋଷଣା କରିବେ ବୋଲି ଜଣାପଡିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଏହା ମଧ୍ୟରେ ତିନୋଟି ରାଜ୍ୟକୁ ସହାୟତା ଘୋଷଣା କରିଥିବା ବେଳେ ଓଡିଶା ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ବି ସହାୟତା ଦେଇନଥିବା ଯୋଗୁଁ ସାରା ରାଜ୍ୟରେ ତୀବ୍ର ପ୍ରତିକି୍ରୟା ଦେଖାଦେଇଥିଲା । ଏ ସମ୍ପର୍କରେ ଆଜି ଧର୍ମେନ୍ଦ୍ର ଓ ରାଜନାଥଙ୍କ ମଧ୍ୟରେ ଆଲୋଚନା ହେବା ପରେ ତିତିଲି କ୍ଷୟକ୍ଷତି ପାଇଁ ଓଡିଶାକୁ କେନ୍ଦ୍ରୀୟ ସହାୟତା ମିଳିବାର ଆଶା ସଂଚାର ହୋଇଛି । ରାଜ୍ୟ ସରକାର ତିତିଲି ସହାୟତା ପାଇଁ ମାଗିଥିବା କେନ୍ଦି୍ରୟ ସହାୟତା ଓ ରାଜ୍ୟ ସରକାରଙ୍କ ସ୍ମାରକପତ୍ର ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଥିଲେ । ଏସମ୍ପର୍କରେ ସେମାନେ କେନ୍ଦ୍ର ଗୃହବିଭାଗ ଶାସନ ସଚିବଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − thirteen =