ରାଜନୀତି

ମୌସୁମୀ ଅଧିବେଶନ: ଜୁଲାଇ ୧୯ରେ ସର୍ବଦଳୀୟ ବୈଠକ

ସଂସଦର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ଜୁଲାଇ ୧୯ରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ସୂଚନା ଅନୁସାରେ, ଏହି ବୈଠକ ପୂର୍ବାହ୍ନ ୧୧ଟାରେ ବସିବ । ଏଥିରେ ସରକାର ନିଜ ବିଧାୟୀ ଏଜେଣ୍ଡା ବାବଦରେ ସଭିଁଙ୍କୁ ଅବଗତ କରାଇବେ । ବିରୋଧୀ ଦଳ ସଂସଦରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗ ସାମ୍ନାରେ ରଖିବେ । ଏହି ଅଧିବେଶନରେ ସରକାରଙ୍କ ଏଜେଣ୍ଡା ବ୍ୟାପକ ରହିପାରେ ଏବଂ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହୋଇପାରେ । ସେହିପରି ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବ୍ୟାପକ ରଣନୀତି ବନାଇଛନ୍ତି । ନିକଟରେ କିଛି ବିରୋଧୀ ଦଳରେ ଥିବା ମତଭେଦ ଏବଂ ବିଭାଜନ କାରଣରୁ ସଂସଦରେ ଜୋରଦାର ହଙ୍ଗାମା ହେବାର ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପରାଜୟ ପରେ ଦଳରେ ବିଦ୍ରୋହ ଦେଖାଦେଇଛି । ଦଳର ୨୦ ସାଂସଦ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆରେ ବିଲୟ କରିଥିବାରୁ ଏହି ସାଂସଦମାନେ ଲୋକସଭାରେ ଅଲଗା ବସିବା ଲାଗି ଦାବି କରିଛନ୍ତି । ଏଥିସହ ଦଳର ୩ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ତେଣୁ ଅଧିବେଶନରେ ଟିଏମ୍‌ସି ସାଂସଦଙ୍କ ଉପରେ ନଜର ରହିବ ।

Share

Leave a Reply

Your email address will not be published. Required fields are marked *

1 × one =