ରାଜନୀତି

ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ

ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ । ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ । ‘ରାଜ୍ୟରେ ଏସ୍‌ଆଇଆର୍‌ କାର୍ଯ୍ୟ ଚାଲିରହିଥିବାରୁ ତାହା ସରୁ ସରୁ ସାମାନ୍ୟ ବିଳମ୍ବ ହେବ । SIR କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ନିର୍ବାଚନ କରାଇବା ସମ୍ଭବ ହେବନି । ୨୦୨୭ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହେବ । ଏପ୍ରିଲରୁ ମେ ମାସ ଭିତରେ ଶେଷ ହେବ ନିର୍ବାଚନ । ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଲେ ନିର୍ବାଚନ କମିଶନରଙ୍କ ସେକ୍ରେଟାରୀ ସନ୍ତୋଷ କୁମାର ଦାସ ।

ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି । ଆସନ୍ତା ୨୧ ତାରିଖରେ ପୁଣିଥରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ବସିବ । ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ୍ ଉପରେ ତିଆରି ହେଉଥିଲା । ଏଥର କିନ୍ତୁ ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ୬୭୯୪ ପଞ୍ଚାୟତରେ ୯୧୯୩୦ ୱାର୍ଡ ବା ବୁଥ୍ ରହିଛି ।

ସେପଟେ, ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 5 =