୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ

କଳିଙ୍ଗନଗର, 12/06 (ନିପ୍ର): କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ୧୨ ଜୁନ, ୨୦୧୮ରେ କଳିଙ୍ଗନଗର ଗସ୍ତ କରିଥିଲେ । ସେଠାରେ ସେ ଓଡ଼ିଶାରେ ଥିବା ବୃହତ ଇସ୍ପାତ ଉତ୍ପାଦନ ୟୁନିଟଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ/କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।  କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ନିଜର ମନ୍ତବ୍ୟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କହିଥିଲେ ଯେ ୨୦୧୮ରେ ଭାରତ ବିଶ୍ବର ଦ୍ବିତୀୟ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ୧୦୦ ନିୟୁତରୁ ଅଧିକ ଇସ୍ପାତ ଉତ୍ପାଦନ କରିଛି । ଭାରତ ସରକାରଙ୍କ ବିଭିନ୍ନ ନୀତଗତ ହସ୍ତକ୍ଷେପ କାରଣରୁ ୨୦୧୪-୧୫ ଏବଂ ୨୦୧୫-୧୬ ଆର୍ଥିକ ବର୍ଷରେ ଭାରତୀୟ ଇସ୍ପାତ ଶିଳ୍ପ ଯେଉଁ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ସେଥିରୁ ଏବେ ମୁକ୍ତି ପାଇପାରିଛି । ୨୦୧୭ରେ ଜାତୀୟ ଇସ୍ପାତ ନୀତି ଏବଂ ଡିଏମଆଇ ଏବଂ ଏସପି ନୀତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଏହା ଘରୋଇ ଉଦ୍ୟୋଗକୁ ଉଚିତ ମାର୍ଗ ଏବଂ ପ୍ରୋତ୍ସାହନ ପ୍ରଦାନ କରିଥିଲା ।

ଓଡ଼ିଶା ଏକ ବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ । ଏହା ଦେଶର ଇସ୍ପାତ ଉତ୍ପାଦନରେ ଅର୍ଦ୍ଧାଧିକ ଯୋଗଦାନ କରୁଛି । ଓଡ଼ିଶା ଖଣି ଏବଂ ଖଣିଜ ସମ୍ପଦରେ ସମୃଦ୍ଧ । ଜାତୀୟ ଇସ୍ପାତ ନୀତି ଅଧୀନରେ ୨୦୩୦-୩୧ ବର୍ଷ ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୧୦୦ ନିୟୁତ ଟନ ଷ୍ଟିଲ ଉତ୍ପାଦନର ସମ୍ଭାବନା ରାଜ୍ୟରେ ରହିଛି । କଳିଙ୍ଗନଗର ଏକ ବୃହତ ଶିଳ୍ପାଂଚଳ । ଏଠାରେ ପାଖାପାଖି ୧୫ଟି ଇସ୍ପାତ କାରଖାନା ରହିଛି । ଏଥିମଧ୍ୟରେ ରହିଛି ଏନଆଇଏନଲ ଭଳି ରାଷ୍ଟ୍ରାୟତ କାରଖାନା ଏବଂ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ଭିସା ଷ୍ଟିଲ, ମେସ୍କୋ ଆଦି ଘରୋଇ ଇସ୍ପାତ କାରଖାନା । ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ହେଲେ କଳିଙ୍ଗନଗର ଏବଂ ଓଡ଼ିଶାରେ ଉତ୍ପାଦନ ବୃଦ୍ଧି କରିବା ଗୁରୁତ୍ବପୂର୍ଣ୍ଣ । ଫେରୋ ଆଲଏଜ କାରଖାନା, ନଳୀ ଲୁହା ପାଇପ, ଇସ୍ପାତ ଆସବାବପତ୍ର, ଶକ୍ତି ଉପାଦନ ଉତ୍ପାଦନ ସହିତ କଳଙ୍କିବିହୀନ ଇସ୍ପାତ ଉତ୍ପାଦନ ୟୁନିଟ ସମେତ ଆନୁସଙ୍ଗିକ ସୁବିଧା ବିକଶିତ କରିବାର ସମ୍ଭବନା କଳିଙ୍ଗନଗରରେ ରହିଛି ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଇସ୍ପାତ ଉତ୍ପାଦନକାରୀ ସଂସ୍ଥାର ପ୍ରତିନିଧିମାନେ ଲୁହାପଥରର ଉପଲବ୍ଧତା ବିଷୟରେ ଆଲୋଚନା କରିଥିଲେ । ଗୁଳି ଉତ୍ପାଦନ ଲାଗି ଲୁହା ପଥରର ବର୍ଦ୍ଧିତ ଉପଯୋଗ ଫଳରେ ମୂଲ୍ୟବାନ ଲୁହାପଥରର ସଂରକ୍ଷଣ କରାଯାଇପାରିବ ବୋଲି ମଧ୍ୟ ଶିଳ୍ପ ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ । ଲଜିଷ୍ଟିକ୍ସ ଯେପରିକି ବନ୍ଦର ବିକଶିତ କରିବା ଏବଂ ଭାରତୀୟ ରେଳବାଇର ଦକ୍ଷତା ବୃଦ୍ଧି, କଂଚା ମାଲ ପରିବହନ ଏବଂ ସ୍ବଚ୍ଛ ଉତ୍ପାଦ ପରିବହନ ଲାଗି ସମର୍ପିତ ମାଲ କରିଡର ନିର୍ମାଣ କରିବା ଆଦି ଆହ୍ବାନ କାରଣରୁ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ପ୍ରଭାବିତ ହେବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓଡ଼ିଶାରେ ଅଧିକ ପରିମାଣର ଇସ୍ପାତ ଉତ୍ପାଦନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ନୀତିଗତ ଏବଂ କାର୍ଯ୍ୟାନ୍ବୟନ ସ୍ତରରେ ସମାଧାନ ପାଇବାରେ ସଫଳ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ବିଶ୍ବସ ପ୍ରକଟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × two =