ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କଲା ଟ୍ୱିଟର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କରୁ କଡ଼ା ଜବାବ ପରେ ଟୁଇଟର୍ ଇଣ୍ଡିଆ ଶେଷରେ ଭାରତରେ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବିନୟ ପ୍ରକାଶ ବର୍ତ୍ତମାନ ଭାରତରେ ଟୁଇଟର୍ ର ଅଭିଯୋଗ ନିବାରଣ ଅଧିକାରୀ ହେବେ। ଜୁଲାଇ ୮ ରେ ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଟୁଇଟର୍ କୁ କହିଥିଲେ ଯେ ଯଦି ଭାରତର ନୂତନ ଆଇଟି ନିୟମ କାର‌୍ୟ୍ୟକାରୀ ନ କରେ ତେବେ ତାଙ୍କୁ କୌଣସି ଆଇନଗତ ସୁରକ୍ଷା ଦିଆଯିବ ନାହିଁ ।

ଗତ ଦୁଇମାସ ଧରି ଟୁଇଟର୍ ଏବଂ ଭାରତ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି । ବାରମ୍ବାର ବିଜ୍ଞପ୍ତି ଦିଆଯିବା ସତ୍ତ୍ୱେ ଟୁଇଟର୍ ଭାରତର ନୂତନ ଆଇଟି ନିୟମ କାର‌୍ୟ୍ୟକାରୀ କରିପାରି ନାହିଁ । ଭାରତର ଆଇଟି ନିୟମ ୨୦୨୧ ର ଧାରା ୪ (ଡି) ଅନୁଯାୟୀ ଭାରତୀୟ ବ୍ୟବହାରକାରୀଙ୍କ ଅଭିଯୋଗର ସମାଧାନ ସହ ଜଡିତ ଏକ ରିପୋର୍ଟ ଟୁଇଟର୍ କୁ ଜାରି କରିବାକୁ ପଡ଼ିବ । ଏହା ସହିତ ଟୁଇଟରକୁ ସୋସିଆଲ ମିଡିଆ ପ୍ଲାଟଫର୍ମର ମନିଟରିଂ ସମୟରେ ଅପସାରିତ ହୋଇଥିବା ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟର ଟଜଖ ର ସଂଖ୍ୟା ନିର୍ଦ୍ଦିଷ୍ଟ କରି ଭାରତ ସରକାରଙ୍କୁ ଦେବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

fifteen + 14 =