ଭାରତୀୟ ଦଳ ହିଁ ବିଶ୍ୱକପ ଜିତିବ: ଆଫ୍ରିଦି

ଇଂଲଣ୍ଡରେ କ୍ରିକେଟ୍ ବିଶ୍ୱକପ ଚାଲିଥିବା ବେଳେ କେଉଁ ଦଳ ୨୦୧୯ କ୍ରିକେଟ୍ ବିଶ୍ୱକପ ଜିତିବ ? ତା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏ ନେଇ ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ସାହିଦ ଆଫ୍ରିଦି ।

ସୋଏବ ଅଖତାର ନିଜ ୟୁଟ୍ୟୁବ ଚ୍ୟାନେଲରେ ସାହିଦ ଆଫ୍ରିଦିଙ୍କୁ ବିଶ୍ୱକପରେ ଏକ ଦଳ ଉପରେ ବାଜି ଲଗାଇବାକୁ କହିଥିଲେ । ସୋଏବ ଅଖତାର ଆଫ୍ରିଦିଙ୍କୁ ପଚାରିଥିଲେ କେଉଁ ଦଳ ୨୦୧୯ କ୍ରିକେଟ୍ ବିଶ୍ୱକପ ଜିତିବ ? ଆଉ ଏହି ପ୍ରଶ୍ନର ଉତ୍ତର ଦେଇ ସାହିଦି ଆଫ୍ରିଦି କହିଛନ୍ତି, ଚଳିତ ବିଶ୍ୱକପରେ ଏପର୍ୟ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚରେ ଦଳ ଗୁଡିକର ପ୍ରଦର୍ଶନରୁ ଜଣାପଡୁଛି, ଭାରତୀୟ ଦଳ ହିଁ ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର ଅଟେ ।

ସାହିଦ ଆଫ୍ରିଦି କହିଛନ୍ତି, ଭାରତର ବ୍ୟାଟିଂ ବାହିନୀ ସବୁବେଳେ ସୁଦୃଢ ରହିଥାଏ । କିନ୍ତୁ ଚଳିତ ବିଶ୍ୱକପରେ ଭାରତର ବୋଲିଂ ବାହିନୀ ମଧ୍ୟ ଶକ୍ତିଶାଳୀ ରହିଥିବା ଦେଖିବାକୁ ମିଳିଛି । ତେବେ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଆଫ୍ରିଦି ।

Share

Leave a Reply

Your email address will not be published. Required fields are marked *

19 − eighteen =