ମମତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ଦିନ ଯେତିକି ପାଖଉଛି ନିର୍ବଚନୀ ମଇଦାନ ସେତିକି ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । । ସେହିପରି ସମସରଗଞ୍ଜରେ ମିଲାନ ଘୋଷ ଓ ଜାଙ୍ଗିପୁରରେ ସୁଜିତ ଦାସ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ।


ପ୍ରିୟଙ୍କା ପଶ୍ଚିମବଙ୍ଗ ବିଜେପିର ଯୁଥ ୱିଙ୍ଗ ଉପ ସଭାପତି ଅଛନ୍ତି । ନିର୍ବାଚନ ପରବର୍ତୀ ହିଂସାରେ ସେ କୋଲକାତା ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ସିବିଆଇ ତଦନ୍ତ ଦାବୀ କରିଥିଲେ । ଯୁବ ଚେହେରା ଏବଂ ପେଶାରେ ଓକିଲ ହୋଇଥିବାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି ବୋଲି କୁହାଯାଇଛି ।

 

Share

Leave a Reply

Your email address will not be published. Required fields are marked *

5 × two =