କର୍ଣ୍ଣାଟକରେ କୃଷି ଋଣ ଛାଡ଼ ଘୋଷଣା

ବାଙ୍ଗାଲୁରୁ ():  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ବାମୀ ଗୁରୁବାର ନିଜର ପ୍ରଥମ ବଜେଟ ଉପସ୍ଥାପନା କରିଛନ୍ତି । ସେ କୃଷକଙ୍କ ପାଇଁ ନିଜ ନିର୍ବାଚନୀ ପ୍ରତିଶୃତିକୁ ମନେ ପକାଇ ପର୍ଯ୍ୟାୟଭିତ୍ତିକ ୩୪ ହଜାର କୋଟି ଟଙ୍କାର ଋଣ ଛାଡ଼ ଯୋଜନା ଘୋଷଣା କରିଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଋଣଛାଡ଼ ଘୋଷଣା କରି କହିଛନ୍ତି ଯେ ଏହା ରାଜ୍ୟର ୨୫ ହଜାର କୃଷକଙ୍କୁ ଫାଇଦା ଦେବ। ଡ଼ିସେମ୍ବର ୩୧, ୨୦୧୭ ସୁଦ୍ଧା ଚାଷୀମାନେ କରିଥିବା ଋଣର ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯିବ । ଏହାର ଗୋଟିଏ ଦିନ ପୂର୍ବରୁ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି କହିଥିଲେ କି କୃଷକଙ୍କ ଋଣ ଛାଡ଼ କରାଯିବ ଏବଂ ପୁରା ଦେଶର ଚାଷୀଙ୍କ ମନରେ ନୁଆ ଆଶା ସଂତାର କରିବ । କଂଗ୍ରେସ ଓ ଜେଡ଼ିଏସ ସରକାର କୃଷକଙ୍କ ଋଣ ଛାଡ଼ କରି ଅଧିକ ଲାଭ ପାଇବା ଦିଗରେ ସହାୟତା କରିବେ ବୋଲି ରାହୁଲ ଦର୍ଶାଇଥିଲେ । ବିଶେଷଜ୍ଞଙ୍କ କହିବା କଥା ଯେ, କୃଷକଙ୍କୁ ଋଣ ଛାଡ଼ ରାଜ୍ୟର ରାଜକୋଷକୁ ପ୍ରଭାବିତ କରିବ। ଏହା ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ୮.୧୬୫ କୋଟି ଟଙ୍କାର ଋଣ ଛାଡ଼ କରିଥିଲେ । ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପ୍ରତି ଅଧିକ ୧.୧୪ ଓ ୧.୨୦ ବଢାଇବା ଘୋଷଣା କରିଛନ୍ତି  । ଏହା ୩୦ରୁ ୩୨ ପ୍ରତିଶତ ବୃଦ୍ଧି ହୋଇଛି  । ଇନ୍ଦିରା କ୍ୟାଣ୍ଟିନ, ଅନ୍ନ ଭାଗ୍ୟ ଯୋଜନା ସମେତ କଂଗ୍ରେସ ସରକାର ଅମଳର ସମସ୍ତ କଲ୍ୟାଣକାରୀ ଯୋଜନା ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।

କୁମାରସ୍ବାମୀ ସକାଳ ୧୦ଟା ରୁ ହିଁ ବଜେଟ ଉପସ୍ଥାପନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ କେବଳ କର୍ପୋରେଟିଭ ବ୍ୟାଙ୍କ କିମ୍ବା ସମସ୍ତ ବ୍ୟାଙ୍କରୁ ଋୁଣ ନେଇଥିବା ଚାଷୀଙ୍କ ଋଣ ଛାଡ କରୁଛନ୍ତି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଚାଷୀଙ୍କ ଦାବୀ ଥିଲା ସମସ୍ତ ଋଣକୁ ଏକା ସାଙ୍ଗରେ ଛାଡକରାଯାଉ । ରାଜ୍ୟ କୃଷି ବିଭାଗର ରିପୋର୍ଟରୁ ଜଣାପଡୁଛି ଯେ ସାରା ରାଜ୍ୟରେ ୨୫୨୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତ । ତେବେ ପୂର୍ବ ଘୋଷଣା ଅନୁସାରେ ଚାଷୀଙ୍କ ଋଣ ଛାଡ କରାଯିବ ।

Share

Leave a Reply

Your email address will not be published. Required fields are marked *

2 × one =