ଭାରତକୁ ଚେତାବନୀ ଦେଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା ଚେତାବନୀ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଆଫଗାନିସ୍ତାନରେ ଭାରତକୁ ନିଜର ସୈନ୍ୟ ମୁତୟନରୁ ନିବୃତ ରହିବା ଉଚିତ୍ । ଅନ୍ୟପଟେ ଆମେରିକା, ବ୍ରିଟେନ, ରୁଷିଆ ସମେତ ଅନେକ ଦେଶ ଆଫଗାନିସ୍ତାନରେ ବିଗୁଡୁଥିବା ପରିସ୍ଥିତିକୁ ନେଇ କ୍ରମାଗତ ଆଲୋଚନା ଚଳାଇଛନ୍ତି । ଭାରତ ନିଜ ନାଗରିକଙ୍କୁ ଖୁବ୍ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି ।

ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଯଦି ଭାରତ ଆଫଗାନିସ୍ତାନରେ ସୈନ୍ୟ ଦଖଲ କିମ୍ବା ନିଜର ସେନା ପଠାଏ ତେବେ କିଛି ଠିକ୍ ହେବ ନାହିଁ । ଭାରତକୁ ଏହାର ପରିଣାମ ଭୋଗିବାକୁ ପଡିବ । ଆଫଗାନିସ୍ତାନରେ ଅନ୍ୟ ଦେଶର ସୈନ୍ୟ ମୁତୟନର ପରିଣାମ ସାରା ଦୁନିଆ ଦେଖି ସାରିଛି । ଏହା ତାଙ୍କ ପାଇଁ ଏକ ଖୋଲା ବହି ବୋଲି ତାଲିବାନ କହିଛି ।

Share

Leave a Reply

Your email address will not be published. Required fields are marked *

eight + 15 =