କିଏ ଜିତିବ ଚତୁର୍ଥ ଟେଷ୍ଟ

ଓଭାଲ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ଆଜି ହେଉଛି ଅନ୍ତିମ ଦିନ । ଶେଷ ଦିନରେ କାହା ସପକ୍ଷରେ ମ୍ୟାଚ ଯିବ ତାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁକ୍ତି । ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ଲାଗି ୨୯୧ ଆବଶ୍ୟକ ହେଉଛି । ତେବେ ଦଳର କୌଣସି ୱିକେଟ ଯାଇନଥିବାରୁ ଦଳ ବିଜୟୀ ହେବାର ଆଶା ଅଧିକ ରହିଛି । ସେପଟେ ଭାରତ ଯଦି ଗୋଟିଏ ଦିନରେ ସମସ୍ତ ୱିକେଟ ନେଇଯାଏ ତେବେ ଦଳ ବିଜୟୀ ହେବ ।

୫ ମ୍ୟାଚ ବିଶିଷ୍ଟ ସିରିଜରୁ ଭାରତ ଗୋଟିଏ ଜିତିଥିବା ବେଳେ ଇଂଲଣ୍ଡ ସପକ୍ଷରେ ଗୋଟିଏ ମ୍ୟାଚ ଯାଇଛି । ସେପଟେ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ଏଣୁ ୧-୧ରେ ଏବେ ରହିଛି । ଏହି ମ୍ୟାଚଟି ଯେଉଁ ଦଳ ଜିତିବ ସେ ଆଗୁଆ ରହିବ । ତେବେ ଦୁଇଦଳ ଏବେ ଦମଦାର ଫର୍ମରେ ରହିଥିବାରୁ କାହା ସପକ୍ଷରେ ମ୍ୟାଚ ଯାଉଛି ତାଉପରେ ରହିଉି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

twenty + two =