ଆରଟିଆଇରୁ ଉଦ୍ଧ୍ୱର୍ରେ ନୁହଁନ୍ତି ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ () ରାଜ୍ୟର ମୁଖ୍ୟ ବିଚାପତିଙ୍କ ଅଫିସ ଆର.ଟି.ଆଇ ବା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ । ଆଜି ଏ ସମ୍ପର୍କରେ ସୁପି୍ରମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ । ତେବେ ସୂଚନା ଅଧିକାର ଆଇନରେ ପ୍ରଧାନ ବିଚାରପତିଙ୍କ ଅଫିସ ଆସୁଥିଲେ ମଧ୍ୟ ଏହାର ଗୋପନୀୟତା ବଜାୟ ରହିବ ।

ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଜନସାଧାରଣଙ୍କ ନିକଟକୁ ଏହି ବାର୍ତ୍ତା ଯିବ ଯେ, ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ଏପରିକି ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ନୁହଁନ୍ତି । ୨୦୦୭ରେ ସୂଚନା ଅଧିକାର କର୍ମୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ବିଚାରପତିଙ୍କର ସମ୍ପତି କେତେ ଜାଣିବାକୁ ଚାହିଁଥିଲେ । ସେତେବେଳେ ସୁବାଷଙ୍କୁ ଏ ସର୍ମ୍ପର୍କିତ କୌଣସି ସୂଚନା ଦିଆଯାଇନଥିଲା । ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା । ୨୦୧୦ରେ ଏହାର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଅଫିସ୍ ଆରଟିଆଇ ଆଇନ ଅଧିନରେ ଆସୁଥିବା ନେଇ ରାୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହାକୁ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଉ ଆଜି ଏହାର ଶୁଣାଣି କରି ପ୍ରଧାନବିଚାରପତିଙ୍କ ଅଫିସ୍ ଆରଟିଆଇ ଅର୍ନ୍ତଭୁକ୍ତ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ।

Share

Leave a Reply

Your email address will not be published. Required fields are marked *

4 × five =