ହୁକ୍କା ବାର ଉପରେ ପ୍ରତିବନ୍ଧକ

ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ ହାକିମ କହିଛନ୍ତି, ରେଷ୍ଟୁରାଣ୍ଟରେ ହୁକ୍କା ବାର ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କଟକଣାକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସରକାର ପୋଲିସକୁ କହିଛନ୍ତି ଏବଂ ସହରରେ ଏଭଳି କେଉଁଠି ନଜର ଆସିଲେ ରେଷ୍ଟୁରାଣ୍ଟର ଲାଇସେନ୍ସକୁ ବାତିଲ କରିଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଶାସନ ଅଭିଯୋଗ ଗ୍ରହଣ କରିଛି ଯେ, ହୁକ୍କାରେ ବ୍ୟବହୃତ ରାସାୟନିକ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ ଅଟେ। ତେଣୁ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ।

Share

Leave a Reply

Your email address will not be published. Required fields are marked *

five × 2 =