ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି

ଆଜି ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ସୁପ୍ରିମ୍‌ କ‌ୋର୍ଟ‌ର ବିଚ‌ାରପତି ଭାବେ ଶପଥ ଗ୍ରହଣ କରିବା ପରେ ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍‌ କ‌ୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।

ନିୟମାନୁସାରେ, ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍‌ କୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ହେଉଛି ୩୪। ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ସୁପ୍ରିମ୍‌ କୋର୍ଟରେ ବିଚାରପତି ସଂଖ୍ୟା ପୂର୍ଣ୍ଣତା ହାସଲ କରିଛି।

 
Share

Leave a Reply

Your email address will not be published. Required fields are marked *

15 − seven =