ଶୀତଋତୁରେ ଦେହର ଯନô୍ ନେବେ କିପରି ?

ଆଗକୁ ଆସୁଛି ଶୀତଦିନ । ଲୋକମାନେ ଶୀତ ପାଇଁ ଯେତିକି ଚିନ୍ତିତ ନୁହଁନ୍ତି ,ସ୍ୱସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇଥାନ୍ତି । ଖାସ କରି ଚର୍ମ ଓ ଚେହେରାର ଯନô୍ ନେବାକୁ ଭୁଲନ୍ତିନାହିଁ । ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ତ୍ୱଚା ଅଧିକ ଶୁଷ୍କ ଏବଂ ରୁଖା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶୀତ ପ୍ରକୋପରୁ ନିଜ ଚେହେରାକୁ ବଂଚାଇବାର ଉପାୟ ।
୧-ଗରମ ପାଣିରେ ଗାଧେଇବା ଅପେକ୍ଷା ନଖଉଷୁମ ପାଣିରେ ଗାଧାନ୍ତୁ । ଏବଂ ସାବୁନ ବ୍ୟବହାର କମ୍ କରନ୍ତୁ ।
୨-ଦହି ଏବଂ ଚିନିର ମିଶ୍ରଣ ଏହି ଋତୁ ପାଇଁ ଲାଭଦାୟକ ଥାଏ । ତେଣୁ ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ ଓ ତାପରେ ନଖଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ ।
୩-ଶୀତଦିନେ ଚର୍ମ ଖୁବ୍ ଶୁଷ୍କ ଓ ରୁଖା ହୋଇଥାଏ । ସେଥିପାଇଁ ଭିଟାମିନ-ଇ ଯୁକ୍ତ ମଏସ୍କରାଇଜର ବ୍ୟବହାର କରନ୍ତୁ । ଦିନରେ ୩ ରୁ ୪ ଥର ମଏସ୍କରାଇଜ କ୍ରିମ ବ୍ୟବହାର କରନ୍ତୁ ।
୪-ଶୀତଋତୁରେ ମଧ୍ୟ ସନସ୍କ୍ରୀନ୍ ବ୍ୟବହାର କରନ୍ତୁ । ତାସହ ପ୍ରଚୁର ପାଣି ପିଅନ୍ତୁ ।
୫-ନିଜ ଚେହେରାକୁ କୋମଳ ଏବଂ ସୁସ୍ଥ ରଖିବା ପାଇଁ ନଡିଆ ତେଲ ବ୍ୟବହାର କରନ୍ତୁ ।
୬-ଗ୍ଲିସରିନ୍, ଲେମ୍ବୁ ଏବଂ ୩-୪ ବୁନ୍ଦୁ ଗୋଲାପଜଳରେ ମିଶାଇ ଏକ ମିଶ୍ରଣ କରି ପ୍ରତିଦିନ ଶୋଇବା ପୁର୍ବରୁ ଚେହେରା ଏବଂ ଶରୀରରେ ଲଗାନ୍ତୁ । ସକାଳୁ ନଖଉଷୁମ ପାଣିରେ ଗାଧାନ୍ତୁ ।
୭-ମହୁ, ଲେମ୍ବୁ କିମ୍ବା ଲେମ୍ବୁ ଚିନିର ମିଶ୍ରଣକୁ ହାତରେ ମାଲିସ କରି କିଛି ସମୟପରେ ହାତକୁ ଧୋଇଦିଅନ୍ତୁ ।
୮-କସମେଟିକ ପ୍ରଡକ୍ଟ ଅପେକ୍ଷା ପ୍ରାକୃତିକ ବା ଘରୋଇ ଜିନିଷ ବ୍ୟବହାର କରନ୍ତୁ ।
୯-ଗ୍ଲିସରିନ,ଗୋଲାପଜଳ ଏବଂ ଘିକୁଆଁରୀ ରସକୁ ମିଶ୍ରଣ କରି ରାତିରେ ଶୋଇବା ପୁର୍ବରୁ ବ୍ୟବହାର କରନ୍ତୁ ।
୧୦-ଚେହେରା ଶୁଷ୍କ ନହେବା ପାଇଁ କ୍ଷୀର ବ୍ୟବହାର କରନ୍ତୁ । କ୍ଷୀର ଶରୀର ଓ ତ୍ୱଚା ପାଇଁ ବେଶ ଉପାକରୀ ହୋଇଥାଏ ।
ଏହି ଭଳି ଉପାୟରେ ଆପଣ ଶୀତଦିନରେ ନିଜର ଯନô୍ ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

20 + thirteen =